Odia Literary Prose
ଚେ ତନା ର ମନ୍ଥନ (Chetanara Manthana)
AUTHOR:
ଡକ୍ଟର ସୁଚିତ୍ରା ମହା ନ୍ତି ସା ହିଲ କୁମା ର ନା ୟକ (Dr. Suchitra Mohanty Sahil Kumar Nayak)
DATE ISSUED:
May 2026
READ:
Other
SUBJECT:
Churning of Consciousness; Odia Essay Collection; Social Reflection; Literary Essays
JEL CODE:
LCO010000, LCO000000, SOC000000
LANGUAGE:
Other
ISBN:
978-81-686861-2-0
₹410₹520
Description
ଯେତେବେଳେ ମାନବୀୟ ଅନୁଭୂତି, ସାମାଜିକ ସ୍ଥିତି ଏବଂ ବୌଦ୍ଧିକ ଚିନ୍ତନର ମନ୍ଥନ ହୁଏ, ସେତେବେଳେ ସେଥିରୁ ସୃଷ୍ଟି ହୁଏ ଅମୃତମୟ ସାହିତ୍ୟ। ସାମ୍ପ୍ରତିକ ସମୟର ଜଟିଳତା, ମାନବୀୟ ମୂଲ୍ୟବୋଧର ଅବକ୍ଷୟ ଏବଂ ଅନ୍ୟପଟେ ବିଜ୍ଞାନ ଓ ପ୍ରଗତିର ଦ୍ରୁତ ଧାବମାନ ପ୍ରକ୍ରିୟା ମଧ୍ୟରେ ମଣିଷର ଅନ୍ତର ସତ୍ତାକୁ ଚିହ୍ନିବା ଏବଂ ଚିହ୍ନାଇବା ପାଇଁ ସାରସ୍ୱତ ପ୍ରୟାସର ନିତାନ୍ତ ଆବଶ୍ୟକତା ରହିଛି। ଏହି ପରିପ୍ରେକ୍ଷୀରେ, ଓଡ଼ିଆ ସାରସ୍ୱତ ଜଗତକୁ ସମୃଦ୍ଧ କରିବା ପାଇଁ ଏବଂ ପାଠକୀୟ ଚେତନାକୁ ଆନ୍ଦୋଳିତ କରିବା ପାଇଁ ଆମର ଏହି ନିଷ୍ଠାପର ପ୍ରୟାସ "ଚେତନାର ମନ୍ଥନ"।
ପ୍ରବନ୍ଧ ହେଉଛି ଏକ ଶାଣିତ ସାହିତ୍ୟିକ ମାଧ୍ୟମ, ଯେଉଁଠି କେବଳ ଭାବନାର ପ୍ରବାହ ନଥାଏ, ବରଂ ଥାଏ ଯୁକ୍ତିଯୁକ୍ତ ଚିନ୍ତନ, ଗଭୀର ବିଶ୍ଳେଷଣ ଏବଂ ସତ୍ୟର ଅନ୍ବେଷଣ। କବିତା ବା ଗଳ୍ପ ଯେଉଁଠି ଆବେଗକୁ ଛୁଇଁଥାଏ, ପ୍ରବନ୍ଧ ସେଠାରେ ମନୁଷ୍ୟର ବୁଦ୍ଧି ଓ ବିବେକକୁ ଜାଗ୍ରତ କରିଥାଏ। ଏହି ସଙ୍କଳନଟିରେ ସ୍ଥାନିତ ପ୍ରତିଟି ପ୍ରବନ୍ଧ କେବଳ ଶବ୍ଦର ସମାହାର ନୁହେଁ, ବରଂ ପ୍ରତିଟି ପ୍ରାବନ୍ଧିକଙ୍କ ହୃଦୟର ଗଭୀର ମନ୍ଥନରୁ ଜାତ ଏକ ଏକ ଦୀପ୍ତିମନ୍ତ ସ୍ପୁଲିଙ୍ଗ।
ଏହି ସଙ୍କଳନର ପରିକଳ୍ପନା ପଛରେ ଏକ ବୃହତ୍ତର ଉଦ୍ଦେଶ୍ୟ ରହିଛି। ଆଜିର ଯାନ୍ତ୍ରିକ ଜୀବନଶୈଳୀ ମଧ୍ୟରେ ଓଡ଼ିଆ ଭାଷା ଓ ସାହିତ୍ୟ ପ୍ରତି ନୂତନ ପିଢ଼ିର ଆଗ୍ରହ ସୃଷ୍ଟି କରିବା ସହିତ, ସମାଜର ବିଭିନ୍ନ ଦିଗ—ଯଥା ସଂସ୍କୃତି, ପରମ୍ପରା, ନାରୀ ଚେତନା, ମନସ୍ତତ୍ତ୍ୱ, ପରିବେଶ ଏବଂ ମାନବିକ ସମ୍ପର୍କର ସମୀକ୍ଷା କରିବା ଏହି ପୁସ୍ତକର ମୂଳ ଲକ୍ଷ୍ୟ। ଏଥିରେ ସନ୍ନିବେଶିତ ପ୍ରବନ୍ଧଗୁଡ଼ିକ ପାଠକଙ୍କୁ କେବଳ ଆନନ୍ଦ ପ୍ରଦାନ କରିବ ନାହିଁ, ବରଂ ସେମାନଙ୍କୁ ଭାବିବାକୁ ବାଧ୍ୟ କରିବ ଏବଂ ଏକ ସୁସ୍ଥ ବୌଦ୍ଧିକ ଆଲୋଚନା ପାଇଁ ସୁଯୋଗ ସୃଷ୍ଟି କରିବ।
ଏହି ପୁସ୍ତକର ସଫଳ ରୂପାୟନ ସେତେବେଳେ ସମ୍ଭବ ହୋଇପାରିଛି, ଯେତେବେଳେ ବିଭିନ୍ନ ପ୍ରାନ୍ତରର ବିଜ୍ଞ ଓ ସୁନାମଧନ୍ୟ ପ୍ରାବନ୍ଧିକମାନେ ସେମାନଙ୍କର ଅମୂଲ୍ୟ ରଚନା ପ୍ରଦାନ କରି ଆମକୁ କୃତାର୍ଥ କରିଛନ୍ତି। ସେମାନଙ୍କର ଶାଣିତ ପ୍ରଲେଖନୀର ଅନନ୍ୟ ସୃଷ୍ଟିଗୁଡ଼ିକ ଏହି ସଙ୍କଳନକୁ ଏକ ସ୍ୱତନ୍ତ୍ର ଗୌରବ ପ୍ରଦାନ କରିଛି। ସେହି ସମସ୍ତ ସାରସ୍ୱତ ସାଧକ ଓ ସାଧିକାମାନଙ୍କୁ ଆମେ ଆମର ଭକ୍ତିପୂତ କୃତଜ୍ଞତା ଜଣାଉଛୁ, ଯେଉଁମାନଙ୍କର ଅମ୍ଳାନ ଯୋଗଦାନ ବିନା "ଚେତନାର ମନ୍ଥନ"ର ପରିକଳ୍ପନା ଅପୂର୍ଣ୍ଣ ରହିଯାଇଥାନ୍ତା।
ଏକ ପୁସ୍ତକ ପ୍ରକାଶନ କରିବା ଏକ ସାମୂହିକ ସାଧନା। ଏହି ଅବସରରେ, ପୁସ୍ତକର ସଂଯୋଜନା, ସଂଶୋଧନ ଏବଂ ପ୍ରକାଶନ ପ୍ରକ୍ରିୟାରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ସହଯୋଗ କରିଥିବା ସମସ୍ତ ଶୁଭେଚ୍ଛୁ ବନ୍ଧୁମାନଙ୍କୁ ଆମେ ଆନ୍ତରିକ ଧନ୍ୟବାଦ ଜଣାଉଛୁ। ବିଶେଷ କରି ପ୍ରକାଶକ ସଂସ୍ଥାକୁ ସେମାନଙ୍କର ନିଷ୍ଠାପର କାର୍ଯ୍ୟ ପାଇଁ ସାଧୁବାଦ।
ଶେଷରେ, ଏହି ସାରସ୍ୱତ ଅର୍ଘ୍ୟକୁ ଆମେ ଓଡ଼ିଶାର ଅଗଣିତ ସାହିତ୍ୟପ୍ରେମୀ ପାଠକମାନଙ୍କ ହାତରେ ସମର୍ପଣ କରୁଛୁ। ଯଦି ଏହି ପୁସ୍ତକଟି ପାଠକୀୟ ମହଲରେ ଆଦୃତ ହୁଏ ଏବଂ ସେମାନଙ୍କ ଚେତନାକୁ ସାମାନ୍ୟତମ ଖୋରାକ ଯୋଗାଇବାରେ ସମର୍ଥ ହୁଏ, ତେବେ ଆମର ଶ୍ରମ ସାର୍ଥକ ହେବ ବୋଲି ଆମେ ମନେ କରିବୁ। କୌଣସି ପ୍ରାଥମିକ ପ୍ରୟାସ ତ୍ରୁଟିଶୂନ୍ୟ ନୁହେଁ; ତେଣୁ ଏଥିରେ ଥିବା ସମସ୍ତ ଭୁଲ୍ ତ୍ରୁଟିକୁ ସହୃଦୟ ପାଠକମାନେ କ୍ଷମାସୁନ୍ଦର ଦୃଷ୍ଟିରେ ଦେଖିବେ ବୋଲି ଆମର ଦୃଢ଼ ବିଶ୍ୱାସ।
Secure Payment
Protected Transactions
Instant Access
Digital PDF Ready
World-Wide
Global Shipping
Support
24/7 Author Assistance
